ଦେବଗଡ ଜିଲ୍ଲା କଂଗ୍ରେସ କମିଟୀ ସଭାପତି ସେମ ହେମ୍ରମଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ଆଜି ଦିନ ପ୍ରାୟ ୪ ଟାରେ ତାବ୍ଡା ଧାନମଣ୍ଡି ପରିଦର୍ଶନ କରିଥିଲେ । ସେଠାରେ ପ୍ରାୟ ସାଢେ ୪ କିଲୋ କଟନିଛଟନୀ ହେଉଥିବା ବେଳେ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଥିଲା । ଏଥିସହ ଯେଉଁ ଚାଷୀଙ୍କର ଧାନ କଟନିଛଟନୀ କରାଯାଇଛି ତାଙ୍କୁ ଉକ୍ତ ଧାନ ଫେରସ୍ତ କରାଯାଉ ଏବଂ ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଘଟଣାସ୍ଥଳରୁ ଜିଲ୍ଲା ଯୋଗାଣ ଅଧିକାରୀ ଓ ସମବାୟ ସମିତି ଉପନିବନ୍ଧକଙ୍କୁ ଫୋନ କରି ଜଣାଇଥିଲେ।