ମଦ ପିଇ ଗାଡି ଚଳାଉଥିବା ବ୍ୟକ୍ତି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ସଦର ପୋଲିସ | ଗୁରୁବାର ସନ୍ଧ୍ୟା 7 ଘଣ୍ଟା ସମୟରେ ସୂଚନା ଦେଲା ସଦର ପୋଲିସ | ସୂଚନା ଅନୁସାରେ ଗତକାଲି ବରଗଡ଼ ଏକାମ୍ର ଛକରେ ପୋଲିସର ଚେକିଙ୍ଗ ଚାଲିଥିବା ସମୟରେ ଜଣେ ବାଇକ ଆରୋହୀ ମଦ ପିଇ ଗାଡି ଚଳାଉଥିବା ଜାଣିବାକୁ ପାଇଥିଲା ପୋଲିସ | ବାଇକ ଚାଳକ ମଦ ପିଇ ଗାଡି ଚଳାଉଥିବା ବେଳେ ବାଇକକୁ ସଦର ପୋଲିସ ଜବତ କରିବା ସହ ଚାଳକ ନାମରେ ଏକ ମାମଲା ରୁଜୁ କରିଛି ପୋଲିସ | ବରଗଡ଼ ଏସପିଙ୍କ ନିର୍ଦ୍ଦେଶ କ୍ରମେ ମଦ ପିଇ ଗାଡି ଚଳାଉଥିବା ଚାଲକ ମାନଙ୍କ ଉପରେ ପୋଲିସ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।