ଅନୁଗୋଳ: ମନ୍ଦରଗିରି ପାହାଡ ନିକଟରେ ୭ଟିକିଆ ହାତୀ ପଲ; ଭୟଭୀତ ଗ୍ରାମବାସୀ
Anugul, Angul | Oct 21, 2025 ଅନୁଗୋଳ ଜିଲ୍ଲା ଅନୁଗୋଳ ସଦର ଥାନା ଅନ୍ତର୍ଗତ ମନ୍ଦରଗିରି ପାହାଡ ନିକଟରେ ସାତ ଟିକିଆ ହାତୀ ପଲ ଥିବା ସୂଚନା ମିଳିଛି। ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ହାତୀକୁ ଘଉଡ଼ାଇବା ପାଇଁ ଚେଷ୍ଟା ଚଳାଇଥିବା ବେଳେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି।