କୁଚିଣ୍ଡା: କେଶାଇବାହାଲ ବିଜିଡି କଲେଜରେ ବିଶ୍ଵ ଏଡ଼ସ ଦିବସ ପାଳିତ
ବାମରା ବ୍ଲକ ଅନ୍ତର୍ଗତ କେଶାଇବାହାଲ ବିଜିଡ଼ି କଲେଜ ରେ ସୋମବାର ଦିନ ବିଶ୍ବ ଏଡସ୍ ଦିବସ ପାଳିତ ହୋଇଯାଇଛି। କଲେଜ୍ ଅଧ୍ୟକ୍ଷ ଦୟାସାଗର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଥିବା ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବରେ ରେଡକ୍ରସ ସନ୍ଯୋଜକ ହରେଶ କୁମାର ସାହୁ ଉପସ୍ଥିତ ରହି ଏଡସ୍ ର କାରଣ ଓ ନିରାକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ଶତାଧିକ ଛାତ୍ର ଛାତ୍ରୀ କଲେଜ ପରିସର ରୁ ରାଲି ରେ ବାହାରି ଥିବା ବେଳେ ଏଡସ୍ ସଚେତନତା ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ।