ସାମ୍ଭାବ୍ୟ ବାତ୍ୟା ମୋନ୍ଥା କୁ ନେଇ କଳାହାଣ୍ଡି ଜିଲ୍ଲା କୁ ୨୭ରୁ ୩୦ତାରିଖ ଯାଏଁ ଓରେଞ୍ଜ ଓ ରେଡ ଓ୍୍ବାରିଙ୍ଗି ଦେଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ଲକ ପ୍ରଶାସନ କୁ ସତର୍କତା ଅବଲମ୍ବନ କରିବା ସହିତ ସମସ୍ତ ଜନ ସାଧାରଣଙ୍କୁ ସୂଚନା ପ୍ରଦାନ କରିବା ସହିତ ସତର୍କତା ଅବଲମ୍ବନ କରିବା କୁ ନିର୍ଦ୍ଦେଶ ଦିଆଯାଇଛି।ଏହି ଅବସରରେ ନର୍ଲା ବ୍ଲକ ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ବୈଠକ ଅନୁଷ୍ଠିତ କରି ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ନର୍ଲା ସହର ସମେତ ସମସ୍ତ ଗାଁ କୁ ଜନସାଧାରଣଙ୍କ ସତର୍କ ରହିବାକୁ ଡାକ ବାଜି ଯନ୍ତ୍ର ମାଧ୍ୟମ ସୁଚନା।