ବିଞ୍ଝାରପୁର: ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ୫୦ ରୁ ଉର୍ଦ୍ଧ୍ବ ସଫେଇ କର୍ମଚାରୀ
ପୁଣି ଥରେ ନିଜ ହକ୍ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଠିକା ସଂସ୍ଥା ଅଧୀନରେ କାର୍ଯ୍ୟରତ ୫୦ରୁ ଉର୍ଦ୍ଧ ସଫେଇ କର୍ମଚାରୀ । ଦରମା ଠିକଣା ଭାବେ ଦିଆ ଯାଉ ନଥିବା, କର୍ମଚାରୀ ଙ୍କୁ ଛୁଟି ମିଳୁ ନଥିବା, ଶ୍ରମ ଆଇନ କୁ ଉଲଂଘନ କରାଯାଉଥିବା ଆଦି ବିଭିନ୍ନ ଅଭିଯୋଗ ନେଇ ଜିଲାପାଳଙ୍କ କାର୍ଯ୍ୟ।ଳୟରେ ତୃତୀୟ ଥର ପାଇଁ ଧାରଣା ଦେଇଛନ୍ତି ସଫେଇ କର୍ମଚାରୀ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ସଫେଇ କର୍ମଚାରୀ ମାନେ ବିଭିନ୍ନ ଅଭିଯୋଗ ନେଇ ଜିଲ୍ଲାପାଳ ଙ୍କ ନିକଟ ରେ ଫେରାଦ ହୋଇଛନ୍ତି।