ବରଗଡ: ତଳିପଡ଼ା ମାଁ ସମଲେଶ୍ଵରୀ ମନ୍ଦିରରେ ଧବଳମୁଖି ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମାଁ
ବରଗଡ଼ ଅଧିଷ୍ଠାତ୍ରୀ ମା ସମଲେଶ୍ୱରୀ ଧବଲମୁଖି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି | ଏନେଇ ସକାଳୁ ବରଗଡ଼ର ମା ସମଲେଶ୍ୱରୀ ଦେବୀଙ୍କ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିଛି | ରବିବାର ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୂଜକ ଓ ଭକ୍ତ | ଆଜି ପିତୃପକ୍ଷର ଅନ୍ତିମ ଦିବସରେ ମହାଳୟା ଦିବସରେ ମା ସମସ୍ତଙ୍କୁ ଗଙ୍ଗା ବେଶରେ ଦର୍ଶନ ଦିଅନ୍ତି | ଆଜିର ଦିନରେ ମାଙ୍କୁ ଦର୍ଶନ କଲେ ଗଙ୍ଗାରେ ପିତୃତର୍ପଣ ନ କରିଥିଲେ ମଧ୍ୟ ସେତିକି ପୁଣ୍ୟ ଅର୍ଚନ ହୋଇଥାଏ |