ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ମଞ୍ଚେଶ୍ୱର କଳାରାହାଙ୍ଗ ଅଞ୍ଚଳରୁ 178ଗ୍ରାମ ହେରୋଇନ ଜବତ, ଜଣଙ୍କୁ ଗିରଫ କଲା ଅବକାରୀ ଥାନା ପୋଲିସ
ମଞ୍ଚେଶ୍ୱର କଳାରାହାଙ୍ଗ ଅଞ୍ଚଳରୁ 178ଗ୍ରାମ ହେରୋଇନ ଜବତ, ଜଣଙ୍କୁ ଗିରଫ କଲା ଅବକାରୀ ଥାନା ପୋଲିସ | ଆଜି 4.54ରେ ଅବକାରୀ ଥାନା ପୋଲିସ ବିଶେଷ ସୂତ୍ରରୁ ସୂଚନା ପାଇ ମଞ୍ଚେଶ୍ୱର କଳାରାହାଙ୍ଗ ଅଞ୍ଚଳରେ ଚଢ଼ଉ କରିଥିଲେ | ଅଭିଯୁକ୍ତ କୃଷ୍ଣ ଚନ୍ଦ୍ର ନାଥଙ୍କ ନିକଟରୁ 178ଗ୍ରାମ ହେରୋଇନ ଜବତ କରିଥିଲା ଅବକାରୀ ଥାନା ପୋଲିସ | ଏହାସହ ଗୋଟିଏ କେଟିଏମ ବାଇକ ଜବତ ମଧ୍ୟ ହୋଇଛି | ଜବତ ବାଇକ ରେ ବୁଲି ବୁଲି ରାଜଧାନୀର ବିଭିନ୍ନ ଅଞ୍ଚଳରେ ହେରୋଇନ ବିକ୍ରି କରୁଥିବା ତଦନ୍ତ ରୁ ଜାଣିବାକୁ ପାଇଛି ଅବକାରୀ ଥାନା ପୋଲିସ |