ବୌଦ୍ଧ ସଦର: ବଲାସିଙ୍ଗା ଛକ ନିକଟରେ ବାଇକ ଧକ୍କାରେ ପଥଚାରୀ ଗୁରୁତର
ମଂଗଳବାର ଅପରାନ୍ହରେ ଜାତୀୟ ରାଜପଥ ନଂ 57 ର ବୌଦ୍ଧ ଥାନା ବଲାସିଙ୍ଗା ନିକଟରେ ବାଇକ ଧକ୍କାରେ ଜଣେ ପଥଚାରୀ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ ବ୍ଲକ ଆମ୍ବଗାଁ ଗ୍ରାମର ନନ୍ଦ ଗୋପାଳ ରଣା ବଲାସିଙ୍ଗା ଗ୍ରାମରେ ରହି ମୁଢି ବ୍ୟବସାୟ କରୁଥିବା ବେଳେ ଚାଲି ଚାଲି ଯାଉଥିବା ସମୟରେ ତାଙ୍କୁ ଏକ ବାଇକ ଧକ୍କା ଦେଇଥିଲା | ସ୍ଥାନୀୟ ଲୋକେ ଉଦ୍ଧାର କରି 108 ଆମ୍ବୁଲାନ୍ସ୍ ଯୋଗେ ବୌଦ୍ଧ ଡାକ୍ତର ଖାନା ପଠାଇ ଥିଲେ |