ଶିଳ୍ପ ନଗରୀ ଅନୁଗୋଳ ଜିଲ୍ଲାରେ ଧୂଳି ଧୂଆଁରେ ଦିନକୁ ଦିନ ରୋଗୀ ସଂଖ୍ୟା ବଢ଼ି ଚାଲିଛି। ସାଧାରଣ ଦୁର୍ଘଟଣାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଟକ କିମ୍ୱା ଅନ୍ୟ ଘରୋଇ ମେଡ଼ିକାଲକୁ ସ୍ଥାନାନ୍ତର କରା ଯାଉଛି। ଯାହା ଫଳରେ ଗରିବ ଲୋକମାନେ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ ଟ୍ରମା କେୟାର ତିଆରି ହୋଇଛି। ଏହି ଟ୍ରମା କେୟାର କିଛି ମାସ ହେଲା ଚାଲିଥିଲେ ମଧ୍ୟ ଲୋକଙ୍କୁ ଠିକ ଚିକିତ୍ସା ମିଳି ପାରୁ ନାହିଁ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କୌଣସି ଅଧିକାରୀ ଆସିଲେ ଦିନରାତି ଲାଗି ମେଡିକାଲ ପରିସରକୁ ପରିଷ୍କାର ପରିଚ୍ଛନ୍ନ ରଖୁଛନ୍ତି। ପୁଣି କିଛି ସମୟ ପରେ ଯେ