ଦେବଗଡ ଜିଲ୍ଲା ରିଆମାଳ ଥାନାରେ ନୂତନ ଥାନା ଅଧିକାରୀ ଭାବେ ବିନୟ କୁମାର କେରକେଟା ଆଜି ଯୋଗଦେବା ସହିତ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ରିଆମାଳ ଥାନା କର୍ମଚାରୀ ତାଙ୍କୁ ସ୍ୱାଗତ ଜଣାଇଥିଲେ । ପରେ ଥାନା କର୍ମଚାରୀମାନଙ୍କ ସହିତ ପରିଚୟ ସଭା ଅନୁଷ୍ଠିତ ହୋଇଥିବା ବେଳେ ଥାନାର କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ସମୀକ୍ଷା କରିଥିଲେ । ଆଇନ ଶୃଙ୍ଖଳା ଏବଂ ଶାନ୍ତି ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ସାଧାରଣ ଲୋକଙ୍କ ସହ ମୈତ୍ରୀପୂର୍ଣ୍ଣ ସମ୍ପର୍କ ରଖି ପୋଲିସ କର୍ମଚାରୀ କାମ କରିବେ ।