ସମ୍ବଲପୁରରେ ଘଟିଥିବା ଏକ ମହିଳା ଅସଦାଚରଣ ମାମଲାରେ ଘଟଣା ଘଟିବାର ମାତ୍ର ୧୪୩ ଦିନ ମଧ୍ୟରେ ଅଦାଲତ ତାଙ୍କର ଫଇସଲା ଶୁଣାଇ ଦଣ୍ଡାଦେଶ ଶୁଣାଇଛନ୍ତି । ସମ୍ବଲପୁରର କ୍ଷେତରାଜପୁର ଥାନାଞ୍ଚଳରେ ଗତ ୨୯ ଜୁଲାଇରେ ଜଣେ ମହିଳାଙ୍କୁ ଅସଦାଚରଣ କରାଯାଇଥିବାର ଅଭିଯୋଗ ଥାନାରେ ହୋଇଥିଲା । ଏହି ଘଟଣାରେ ଏକ ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତ ଶେଖର ସୁନା କୁ ଗିରଫ କରି ଅଦାଲତକୁ ଚାଲାଣ କରିଥିଲା । ଏହି ମାମଲାର ଶୁଣାଣି ସମୟରେ ସମସ୍ତ ସାକ୍ଷୀଙ୍କ ବୟାନ ଓ କାଗଜପତ୍ର ଯାଞ୍ଚ କରିବା ପରେ ଅଭିଯୁକ୍ତ ଶେଖର ସୁନାକୁ ଦୋଷୀ ସାବ୍ୟସ୍ତ କରି ୧ ବର୍ଷ ସଶ୍ରମ କାରାଦଣ୍ଡ ଓ ୧ ହଜାର ଟଙ୍କାର ଜୋରିମାନା କରି