ଭାରତୀୟ ଜନତା ପାର୍ଟି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ଜନହିତକାରୀ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଆନନ୍ଦପୁର ବ୍ଲକ ଅନ୍ତର୍ଗତ ପଞ୍ଚୁପଲ୍ଲୀ ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀଶ୍ରୀଯୁକ୍ତ ବ୍ରଜକିଶୋର ପାଢ଼ୀ ଏବଂ ସମିତିସଭ୍ୟ ଶ୍ରୀଯୁକ୍ତ ସୁକାନ୍ତ ମହାପାତ୍ର ଆଜି ଆନନ୍ଦପୁର ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି। ଭାରତୀୟ ଜନତା ପାର୍ଟି ପରିବାରକୁ ସ୍ୱାଗତ। ଏହି ଯୋଗଦାନ ଦଳକୁ ଆହୁରି ସଶକ୍ତ କରିବ।