ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମ ଠାରେ ଆଜି ବାମଣ୍ଡା କ୍ରିକେଟ କ୍ଲବ ପକ୍ଷରୁ ୩୫ ତମ ବାମଣ୍ଡା କପ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଆଜି ଦିନ ପ୍ରାୟ ୧୨ ଟାରେ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଥିବା ବେଳେ ସନ୍ଧ୍ଯା ୫ ପର୍ଯ୍ୟନ୍ତ ମ୍ୟାଚ ଚାଲିଥିଲା। ବାମଣ୍ଡା କ୍ରିକେଟ କ୍ଲବର ଉପଦେଷ୍ଟା ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱ ଓ ଅଶୋକ କୁମାର ନନ୍ଦଙ୍କ ପରିଚାଳନାରେ ଆୟୋଜିତ ଏହି ପ୍ରତିଯୋଗିତାର ଉଦଘାଟନୀ ମ୍ୟାଚରେ ମୂଖ୍ୟ ଅତିଥି ଭାବେ ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଯୋଗ ଦେଇଥିଲେ।