ଦେବଗଡ ଥାନା ଗୁଣ୍ଡେଇମରା ଗ୍ରାମରେ ପୁଅର ମାଡରେ ବାପାଙ୍କ ମୁଣ୍ଡ ଫାଟିବା ସହିତ ଆହତ ହୋଇଥିବା ବେଳେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଗତକାଲି ରାତି ପ୍ରାୟ ୮ ଟାରେ କଂସାରୀ ଉଦାବରଙ୍କୁ ତାଙ୍କ ପୁଅ ହର ଉଦାବର ନିଶାସକ୍ତ ଅବସ୍ଥାରେ ମାଡ ମାରିଥିବା ଅଭିଯୋଗ ହୋଇଛି । ନିଶା ସେବନ କରି ହର ଗତକାଲି ରାତିରେ ଘରକୁ ଆସିଥିବା ବେଳେ ବିନା କାରଣରେ ବାପାଙ୍କ ସହିତ ପାଟିତୁଣ୍ଡ କରିଥିଲେ । କଂସାରୀଙ୍କୁୁ କାମୁଡି ଦେବା ସହିତ ଏକ ଠେଙ୍ଗାରେ ମାଡ ମାରିବାରୁ ତାଙ୍କ ମୁଣ୍ଡ ଫାଟି ରକ୍ତସ୍ରାବ ହୋଇଥିଲା ।