ଦେବଗଡ଼ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ସହିତ ବାରକୋଟ ଠାରେ ରେଙ୍ଗାଲି ଜଳଭଣ୍ଡାର ଉପରେ ଇକୋ ଟୁରିଜିମ୍ ସ୍ଥାପନ ପାଇଁ ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ ବିଧାନସଭାରେ ଦାବି ଉପସ୍ଥାପନ କରିବା ସହିତ ସରକାର ଏଥିପ୍ରତି କଣ ପଦକ୍ଷେପ ନେଉଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହାର ଉତ୍ତର ଦେଇଛନ୍ତି। ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ 2014/15 ରୁ 2024/25 ଆର୍ଥିକ ବର୍ଷ ମଧ୍ୟରେ ପ୍ରାୟ 1542 ଲକ୍ଷ ଟଙ୍କା ପର୍ଯ୍ୟାୟକ୍ରମେ ପ୍ରଦାନ କରାଯାଇଛି।