ଅନୁଗୋଳ ବ୍ଲକ ବେଡାଶାସନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଏହି ଜନ ଶୁଣାଣି ଶିବିରରେ ପଞ୍ଚାୟତର ଲୋକେ ବିଭିନ୍ନ ସମସ୍ୟା ବିଷୟରେ ଅଭିଯୋଗ କରିଛନ୍ତି। ପ୍ରାୟ କୋଡିଏରୁ ଅଧିକ ଲୋକ ବିଭିନ୍ନ ସମସ୍ୟା ବିଷୟରେ ଅଭିଯୋଗ କରିଥିବା ବେଳେ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।