ରାଉରକେଲା ମ୍ୟୁନିସିପାଲଟି: ଷ୍ଟିଲ୍ ସିଟି ରାଉରକେଲାରେ ବଢୁଛି ଶୀତ, ଆଗାମୀ ୫ ଦିନ ଧରି ଜାରି ରହିବ ସ୍ଥିତି
ରାଉରକେଲା ସହରରେ ଶୀତର ପ୍ରକୋପ ଆରମ୍ଭ ହୋଇଛି। ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ରାତି ତାପମାତ୍ରା ଖସି ଆସୁଛି। ଷ୍ଟିଲ ସିଟି ରାଉରକେଲା ଗତ ୬ ଦିନରେ ପାଖାପାଖି ୬ ଡିଗ୍ରୀ ପାରଦ ଖସି ଗତ ରାତିରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ରେକର୍ଡ ହୋଇଛି।ଆଗାମୀ ୫ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ବୁଧବାର ପୂର୍ବାହ୍ନରେ ସୂଚନା ଦିଆଯାଇଛି।