ସୋରଡା: ଭାରତୀୟ ମାନଙ୍କ ଜାତୀୟ ସ୍ତରରେ ହିନ୍ଦୁତ୍ୱ ନେଇ ନିଆରା ପରିଚୟ ଥିବାବେଳେ,ସୋରଡ଼ା ଠାରେ ନିଆରା ଢଙ୍ଗରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ
Surada, Ganjam | Nov 5, 2025 ସୋରଡ଼ା ଭାରତୀୟ ମାନଙ୍କ ଜାତୀୟ ସ୍ତରରେ ହିନ୍ଦୁତ୍ୱ ନେଇ ନିଆରା ପରିଚୟ ଥିବା ବେଳେ ହିନ୍ଦୁ ମାନଙ୍କ ବିଶେଷ ଭାବେ ଏହି ମାସ ତଥା କାର୍ତ୍ତିକ ମାସକୁ ନିଆରା ଭାବେ ପାଳନ କରାଯାଏ।ସନାତନ ଧର୍ମର ମତ ଅନୁସାରେ ଏହି ମାସ ପୁଣ୍ୟ ମାସ ଭାବେ ଗ୍ରହଣ କରାଯାଇ ଆମିଷ ବର୍ଜନ ସହିତ ଗ୍ରାମ, ସହର ,ସାହି ,ପଡ଼ା ମାନଙ୍କରେ ପ୍ରତ୍ୟହ ସନ୍ଧ୍ୟାରେ ନାମ ସଂକୀର୍ତ୍ତନ ସହିତ ଶେଷ ପାଞ୍ଚ ଦିନ ତଥା ବର୍ତ୍ତମାନ ପଞ୍ଚୁକଵ୍ରତ ପାଳିବା ସହିତ ଅଷ୍ଟ ପ୍ରହର ନାମ ଯଜ୍ଞ ଆଦି ଚାଲୁ ରହିଛି।ସୋରଡ଼ା ଠାରେ ପ୍ରତ୍ୟହ ଭୋରରୁ ଜଗନ୍ନାଥ ମନ୍ଦିର ସମୁଖରେ ଆଳତି ପାଇଁ ଭିଡ଼ ସହିତ ପ୍ରମୁଖ ଶୈବପୀଠ ଭିଡ଼ ଦେଖିବାକୁ ମିଳିଛି