ଆଜି ମାର୍ଚ୍ଚ 14 ତାରିଖ ପୁଣି ଏକ ସଙ୍ଗୀନ ମାମଲା ରୁଜ୍ଜୁ ହୋଇଛି ଧରୁଆ ଡିହି ଥାନାରେ। ଜଣେ ମହିଳାଙ୍କ ଠେଙ୍ଗା ମାଡ଼ରେ ଜଣେ ମହିଳାଙ୍କ ମୁଣ୍ଡ ଫାଟି ଯାଇ ଥିବା ନେଇ ପୀଡ଼ିତ ମହିଳାଙ୍କ ପରିବାର ଲୋକେ ଡାକ୍ତରୀ ରିପୋର୍ଟ ସହ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୀଡ଼ିତ ମହିଳା ହେଲେ - 78 ବର୍ଷ ବୟସ୍କ ଶକୁନ୍ତଳା ରଣା। ତାଙ୍କ ପୁତୁରା ଅଚ୍ୟୁତ ରଣା ଏ ନେଇ ଥାନାରେ ଲିଖିତ ସୂଚନା ଦେଇଛନ୍ତି। ତେବେ ଅଭିଯୁକ୍ତ ମହିଳା ହେଲେ - ପଦ୍ମିନୀ ଶା। ଧରୁଆ ଡିହି ପୋଲିସ ଏ ନେଇ ଧରୁଆ ଡିହି ଥାନା କେଶ ନମ୍ୱର 62 ରେ ଏହି ମାମଲା ରୁଜ୍ଜୁ କରିବା ସହ ଦଫା -296/115(2) BNS ରେ ତଦନ୍ତ ଆରମ୍ଭ କରିଛି।