ଅତାବିରା: ବହଲ ପାଲି ଠାରେ ରକ୍ତ ଦାନ ଶିବିର ୪୩ୟୁନିଟ ରକ୍ତ ସଂଗୃହୀତ.....
ଉତ୍କଟ ରକ୍ତ ଅଭାବ କୁ କିଛି କାଂଶ ରେ ଦୂର କରିବା ପାଇଁ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ବହଲପାଲି ଗ୍ରାମ ର ବିଜୟ କ୍ଲବ ଓ ନିଷ୍ଠା ପରିବାର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ବହଲ ପାଲି ସ୍କୁଲ ର ପ୍ରଧାନ ଶିକ୍ଷକ ବାଲକୃଷ୍ଣ ପଣ୍ଡା ଯୋଗ ଦେଇ ଥିବା ବେଳେ ନିମନ୍ତ୍ରିତ ଅତିଥି ଭାବରେ ନିଷ୍ଠା ପରିବାର ର ଉପଦେଷ୍ଟା ଶ୍ରୀ କ୍ଷୀରୋଦ୍ର ସାହୁ ଓ ସଭାପତି ଶ୍ରୀ ଅଶ୍ୱିନୀ ତ୍ରିପାଠୀ ଯୋଗଦେଇ ଆନୁଷ୍ଠାନିକ ଭାବରେ ଶିବିରଟିକୁ ଉଦଘାଟନ କରିଥିଲେ |