ଓରିଏଣ୍ଟ: ଲଖନପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଲଖନପୁର ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଝାରସୁଗୁଡ଼ା ଜିଲ୍ଲା ଲଖନପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଲଖନପୁର ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ମଙ୍ଗଳବାର ପୂର୍ବାହ୍ନ ୧୧ ଟା ରୁ ଅପରାହ୍ନ ୧୨ ଟା ୩୦ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ପୋଲିସ ଅଧିକାରୀ ମାନେ ଯୋଗଦେଇ ସାଇବର କ୍ରାଇମ କିପରି ରୋକି ହେବ, ସାଇବର ଠକେଇରୁ କିପରି ସୁରକ୍ଷିତ ରହିହେବ ସେନେଇ ଅବଗତ କରିଛନ୍ତି l ଅସୁରକ୍ଷିତ ଲିଙ୍କ କୁ ନ ଖୋଲିବା ତଥା ଇଣ୍ଟରନେଟର ସୁରକ୍ଷିତ ବ୍ୟବହାର ଉପରେ ଛାତ୍ରଛାତ୍ରୀ ମାନଂକୁ ଅବଗତ କରାଇଛନ୍ତି l