ସୁନ୍ଦରାପାଳ (ସାହୁ ସାହି ) ର ବାସିନ୍ଦା, ଆପଣଙ୍କ କୃପା ଦୃଷ୍ଟି ଆକର୍ଷଣ ପୂର୍ବକ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଆପଣଙ୍କୁ ଜଣାଇ ଅଛୁ କି ଆମ୍ଭ ଗ୍ରାମ ଟି ସୁନ୍ଦରାପାଳ ବଢ଼ାର ଠାରୁ 700 ମିଟର ଦକ୍ଷିଣ କୁ ଅବସ୍ଥିତ ଅଟେ । ଆମ୍ଭ ଗ୍ରାମରେ 27 ଟିରୁ ଅଧିକ ପରିବାର ତଥା ଆନୁମାନିକ 300 ରୁ 400 ବାସିନ୍ଦା ବସ ବାସ କରୁ । ସୁନ୍ଦରାପାଳର ମୁଖ୍ୟ ରାସ୍ତା ଠାରୁ ଆମ୍ଭ ଗ୍ରାମକୁ ଏକ ମାତ୍ର କଚା ରାସ୍ତା ଯାହାକି ଆଜକୁ ଦୀର୍ଘ 17/18 ବର୍ଷ ତଳେ ନିର୍ମାଣ ହୋଇଥିଲା । ଉକ୍ତ ରାସ୍ତା ଟି ଏବେ ସମ୍ପୂର୍ଣ ବ୍ୟବହାର ଅନୁପଯୋଗୀ ହୋଇ ଯାଇଛି ।