ଆଜି ଫେବୃୟାରୀ 1 ତାରିଖ ରବିବାର ଅପରାହ୍ନ 4 ଟା ପାଖାପାଖି ସମୟରେ ଆର୍ ଟି ଓ ଙ୍କ ନିର୍ଦ୍ଦେଶର ଏମ୍ ଭି ଆଇ OCPL କମ୍ପାନୀ ସମ୍ମୁଖରେ ପହଞ୍ଚି ହେମଗିର ପୋଲିସ ଦ୍ବାରା ଗତ କାଲି ଜବତ ହୋଇଥିବା 5 ଟି ନମ୍ୱର ବିହୀନ ଗାଡ଼ି ଉପରେ 27500 ଟଙ୍କା ଜୋରିମାନା ଲଗାଇଛନ୍ତି। BGR କମ୍ପାନୀ ଦ୍ଵାରା ଏହି ଗାଡ଼ି ରେଜିଷ୍ଟ୍ରେସନ ହୋଇଥିବା ଜଣା ପଡ଼ିଛି। ଗାଡ଼ିର ସମସ୍ତ କାଗଜ ପତ୍ର ମଧ୍ଯ MVI ଯାଞ୍ଚ କରିଛନ୍ତି। ତେବେ BGR କମ୍ପାନୀ ଏହି ଗାଡ଼ି ଗୁଡ଼ିକୁ କମ୍ପାନୀ ପରିସରରେ ଚଳାଉ ଥିବାରୁ ସେଥିରେ ନମ୍ୱର ପ୍ଲେଟ ଲଗାଇ ନ ଥିଲା ବୋଲି କହିଛି। ତେବେ ବିନା ନମ୍ୱର ପ୍ଲେଟ ରେ ଗାଡ଼ି ଚଳାଇବା ଅଭିଯୋଗ