ଆଜିଠାରୁ ସମ୍ବଲପୁରରେ ଆରମ୍ଭ ହୋଇଛି ସମ୍ବଲପୁରୀ ଧନୁଯାତ୍ରା l ଏଥିପାଇଁ ଆଜି ଦିନ 11 ଟା ସମୟରେ ସମ୍ବଲପୁରୀ ଧନୁଯାତ୍ରା କମିଟିର କରକର୍ତ୍ତା ମାନେ ମାଁ ସମଲେଶ୍ୱରୀଙ୍କ ମନ୍ଦିର ରେ ପୂଜାର୍ଚନା କରି ଏକ ରାଲିରେ ସହର ପରିକ୍ରମା କରିଥିଲା l ଏହି ଧନୁଯାତ୍ରା ରେ ମଥୁରା ନଗରୀ ଓ ଗୋପପୁର ରେ ମଧ୍ୟ ସବୁ ପ୍ରସ୍ତୁତି ସରି ସାରିଛି l ଚଳିତ ବର୍ଷ ଧନୁଯାତ୍ରା କୁ କିପରି ଆକର୍ଷଣୀୟ କରାଯିବ ସେଥିପାଇଁ ଆୟୋଜକ ମାନେ ସବୁ ପ୍ରସ୍ତୁତି କରିଛନ୍ତି l