ବାଙ୍ଗାଲୋରରେ ଏକ ଅନଲାଇନ ଠକେଇ ଅଭିଯୋଗରେ ବାଲେଶ୍ୱର ସାଇବର ଥାନା ପୁଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ଏକ ବର୍ଷ ତଳେ ବାଙ୍ଗାଲୋର ରେ ୨୦ କୋଟି ଟଙ୍କାର ଏକ ସାଇବର ଠକେଇ ହୋଇଥିବାନେଇ ବାଙ୍ଗାଲୋରର ସାଇବର ଥାନାରେ ଅଭିଯୋଗ ହୋଇଥିଲା।ସେହି ସାଇବର ଠକେଇ ଅଭିଯୋଗରେ ବାଲେଶ୍ୱର ସାଇବର ଥାନା ପୁଲିସ ମହୁମୁହାଣ ଗ୍ରାମର ରୋମିଓ ରଞ୍ଜନ ନାୟକକୁ ଗତକାଲି ଅପରାହ୍ନରେ ଜାମୁଝାଡି ନିକଟରୁ ଗିରଫ କରିଥିଲା। ତେବେ ତାକୁ ପଚରା ଉଚରା ପରେ ଆଜି ପୂର୍ବାହ୍ନରେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇ ସହଯୋଗୀ ଗାୟତ୍ରୀ ହାଂସଦା ଏବଂ ବାଣୀଅର୍ଚନା ବେହେରାକୁ ଗିରଫ କରିଛି।