ବୁଧବାର ଦିନ ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି ଓଡିଆ ସିନେ ଜଗତର ବରିଷ୍ଠ କଳାକାର ଅଶ୍ରୁ ମୋଚନ ମହାନ୍ତି l ଆଜି ଶ୍ରୀ ମହାନ୍ତି ବୌଦ୍ଧ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିଚାଳିତ ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କରିଥିଲେ | ବୌଦ୍ଧ ଗଡ ଜାତ ର ବିଭିନ୍ନ୍ ଐତିହାସିକ, ପାରମ୍ପରିକ, ସାଂସ୍କୃତିକ ଓ ଜନ ଜୀବନ ସହ ଜଡିତ ପ୍ରାଚୀନ ବିଭବର ସମ୍ଭାର ଦେଖି ଶ୍ରୀ ମହାନ୍ତି ଅଭିଭୂତ ହୋଇ ପଡିଥିଲେ l