ଅତାବିରା: ଅତାବିରା ଥାନା ଜହ୍ନାପଡା ଗ୍ରାମର ଜଣେ ବିଚାରାଧିନ ବନ୍ଦୀକଂ ଜିଲା ଜେଲରେ ସନ୍ଦେହଜନକ ମୃତ୍ୟୁ
ବରଗଡ଼ ଜିଲା କାରାଗାରରେ ସୋମବାର ରାତିରେ ଜଣେ ବିଚାରାଧୀନ ବନ୍ଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ, ଅତାବିରା ଥାନା ଜହ୍ନାପଡା ଗ୍ରାମର ଗିରିଧାରୀ ବହିଦାର (୩୮) । ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଅନ୍ୟପଟେ ବିଳମ୍ବିତ ରାତିରେ ସେ ବିଦ୍ୟୁତ ତାର ଧରି ଆତ୍ମହତ୍ୟା କରିଥିବା କୁହାଯାଉଛି। ଗତ ଅଗଷ୍ଟ ମାସରୁ ମୃତକ ଜଣକ ଏକ ପୋକ୍ସୋ ମାମଲାରେ ଗିରଫ ହୋଇ ବରଗଡ଼ ଜିଲା କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଥିଲେ