ଦେବଗଡ: ଅର୍ଜୁନଝରୀ ନିକଟରେ ୬ ଟିକିଆ ହାତୀପଲ ଉପଦ୍ରବ
ରିଆମାଳ ବନାଂଚଳ ରେଙ୍ଗାଳବେଡା ସେକ୍ସନ ଟିଙ୍କବୀର ବିଟ ଅନ୍ତର୍ଗତ ଅର୍ଜୁନଝରୀ ଗ୍ରାମ ନିକଟରେ ମଙ୍ଗଳବାର ରାତି ୧୦ ଟାରେ ୬ ଟିକିଆ ହାତୀ ପଲ ରହିଥିବା ବେଳେ ଉପଦ୍ରବ ଜାରି ରହିଥିବା ଜଣାପଡିଛି । ହାତୀ ଉପଦ୍ରବ ଯୋଗୁଁ ଉକ୍ତ ଅଂଚଳରେ ଧାନ ଫସଲ ନଷ୍ଟ ହେଉଛି । ସୂଚନା ପାଇ ବନବିଭାଗ କର୍ମଚାରୀ ଉକ୍ତ ଅଂଚଳରେ ପହଂଚି ହାତୀ ଘଉଡାଇବାକୁ ଚେଷ୍ଟା କରୁଥିବା ଜଣାପଡିଛି । ବିଶେଷ କରି ହାତୀ ପଲ ଯେଭଳି ଜନବସତୀ ମୁହାଁ ନହେବେ ସେଥିପ୍ରତି ଦୃଷ୍ଟି ଦିଆଯାଉଥିବା ରିଆମାଳ ରେଞ୍ଜର ନିରଞ୍ଜନ ଧରୁଆ ସୂଚନା ଦେଇଛନ୍ତି ।