କେଶାପାଲି ପଞ୍ଚାୟତ କାର୍ଯ୍ୟାଳୟର ରାଜୀବ ଭବନ ଠାରେ ରକ୍ତଦାନ ଶିବିର , ୧୦୮ ୟୁନିଟ ରକ୍ତ ସଂଗ୍ରହ , ଯୁଯୁମୁରା ବ୍ଲକ କେଶାପାଲି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ରାଜୀବ ଭବନରେ ରବିବାର ସକାଳେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କେଶାପାଲି ଗିରି ଗୋବର୍ଦ୍ଧନ ଯୁବକ ସଂଘ ପକ୍ଷରୁ ଆୟୋଜିତ ଶିବିରରେ ୧୦୮ ଜଣ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। କୁନି ଶିଶୁ ସୁଦର୍ଶନ ଝାଙ୍କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିଲେ । ସମାଜସେବୀ ଦୀପକ ବିଶ୍ବାଳଙ୍କ ତତ୍ତ୍ଵାବଧାନରେ ଶିବିର ଆୟୋଜିତ ହୋଇଥିଲା। ସମ୍ବଲପୁର ରକ୍ତ ଭଣ୍ଡାରର କାଉନସେଲର କର୍ମଦେବ ପ