ଜବର ଦଖଲ ଉଚ୍ଛେଦପାଇଁ ଯାଇଥିବା ପ୍ରଶାସନ ହାରସ ହୋଇ ଫେରିଲା ା କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ ବସନ୍ତପୁରା ଗାଁ ଠାରେ ଥିବା ସ୍ମଶାନ ଜମିରେ ଘରକରି ରହିଥିବା ଲୋକ ଙ୍କୁ ଉଚ୍ଛେଦ ସମୟରେ ଜବରଦଖଲକାରୀ ଙ୍କ ତରଫରୁ ଟେକା ପଥର ମାଡ ଯୋଗଁୁ ପ୍ରଶାସନ ଓ ପୋଲିସ୍ ଫେରି ଆସିଛନ୍ତି ା ବହୁବର୍ଷ ଧରି କେତେକ ପରିବାର ଏହି ଶ୍ମଶାନ ଜମିକୁ ଜବରଦଖଲ କରି ଘରକରି ରହିଥିବାରୁ ଦୁଇଟି ଗାଁ ବସନ୍ତପୁରା ଓ ତୋରାଣିଆପାଳ ଗ୍ରାମବାସୀ ମାନେ ନିଜ ପରିଜନଙ୍କ ମୃତ୍ଯୁରେ ନାନା ଅସୁବିଧା ହେଉଛନ୍ତି।