ବଣେଇ: ମହୁଲପଦା ଥାନା ଲୁଙ୍ଗାରେ ସାନ ଭାଇର ତୀର ମାଡ଼ରେ ବଡ ଭାଇର ମୃତ୍ୟୁ...
ଆଜି ଏପ୍ରିଲ 12 ତାରିଖ ଶନିବାର ଦିନ ପ୍ରାୟ 11ଟା ପାଖାପାଖି ଘଟିଛି ଏହି ହତ୍ୟାକାଣ୍ଡ । ମହୁଲପଦା ଥାନା ଅନ୍ତର୍ଗତ ଲୁଗାଁ ଗ୍ରାମରେ ଘଟିଛି ଏହି କାଣ୍ଡ । ସାନ ଭାଇର ତୀର ମାଡ଼ରେ ବଡ଼ ଭାଇର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମହୁଲପଦା ଥାନା ଲୁଗାଁ ଗାଁର ସନାତନ ମୁଣ୍ଡା(40) ଓ ଯାମିଆନ୍ ମୁଣ୍ଡା ଦୁଇ ଭାଇଙ୍କ ମଧ୍ୟରେ ପ୍ରାୟ ସବୁବେଳେ କଳହ ଲାଗି ରହୁଥିଲା। କୌଣସି କାରଣକୁ କେନ୍ଦ୍ର କରି ଦିନ ଦିନ 11 ଟା ପାଖାପାଖି ସମୟରେ ପୁଣି ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସାନ ଭାଇ ସନାତନ ଘରେ ଥିବା ଧନୁଶରକୁ ଆଣି ବଡଭାଇ ଯାମିଆନକୁ ଲକ୍ଷ୍ୟ କରି ତୀର ମାଡ କରିଥିଲା।