ରିଆମାଳ ବନାଂଚଳ ପଳସମା ସେକ୍ସନ ଅନ୍ତର୍ଗତ ବାଘବର ଗ୍ରାମ ନିକଟରେ ସୋମବାର ଦନ୍ତା ହାତୀ ଗଜେନ୍ଦ୍ର ଉପଦ୍ରବ ଜାରି ରଖିଛି । ଦିନ ତମାମ ଉପଦ୍ରବ କରିଥିବା ବେଳେ ରାତିରେ ମଧ୍ୟ ଉକ୍ତ ଅଂଚଳରେ ଦନ୍ତାହାତୀ ଗଜେନ୍ଦ୍ର ରହିଥିବା ଜଣାପଡିଛି । ରାତି ୧୦ ଟାରେ ବନବିଭାଗ ଠାରୁ ଏନେଇ ସୂଚନା ମିଳିଛି । ହାତୀ ଉପଦ୍ରବ ଯୋଗୁଁ ଉକ୍ତ ଅଂଚଳରେ ଏକଡ ଏକଡ ଧାନ ଚାଷ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଦନ୍ତା ହାତୀଟି ଚାଷ ଜମିରେ ପଶି ମାଡି ଦଳି ଦେବାରୁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି ।