ଗତକାଲି ରୁପ୍ରା ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ରେ ପୁରାତନ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ରଜତ ଜୟନ୍ତୀ ସମାରୋହ ଆଜି ରାତ୍ରି ଆଠ ଘଣ୍ଟା ସମୟରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ମୃତ୍ୟୁଞ୍ଜୟ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶିକ୍ଷାବିତ ତଥା ଜୟ ପ୍ରକାଶ ସାନ୍ଧ୍ୟ ମହହାବିଦ୍ୟାଳୟର ଅଧ୍ୟକ୍ଷ ପରମେଶ୍ବର ମୁଣ୍ଡ ଯୋଗଦେଇ ଥିଲେ, ସମ୍ମାନିତ ଅତିଥି ନର୍ଲା ଜୋନ୍ ନଂ ୧ର ଜିଲ୍ଲା ପରିଷଦ ସଭ୍ୟା ନମ୍ରତା ସାହୁ, ରୁପ୍ରା ସରପଞ୍ଚ ଡଲି ବେହେରା ପ୍ରମୁଖ ଉପସ୍ଥିତ ଥିଲେ।