ଆଜି ଫେବୃୟାରୀ 3 ତାରିଖ ମଙ୍ଗଳବାର ଅପରାହ୍ନ 3 ଟା ରେ ଶବ ବ୍ୟବଚ୍ଛେଦ କରାଇ ମୃତକଙ୍କ ପରିବାରକୁ ହସ୍ତାନ୍ତର କରିଛି ହେମଗିର ପୋଲିସ । ତେବେ ଏହି ଦୁଃଖଦ ଘଟଣା ଗତକାଲି ସନ୍ଧ୍ୟା 7:30 ପାଖାପାଖି ସମୟରେ ଘଟିଥିଲା । CG -13 BC -0207 ନମ୍ବର ବିଶିଷ୍ଟ ବାଇକ ଯୋଗେ ମା ' ଓ ପୁଅ ତାଙ୍କ ଘର ସୁରୁଲତାକୁ ଝାରସୁଗୁଡ଼ାରୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ହମ୍ପସରେ ଗାଡ଼ି ମାଡ଼ ହୋଇ ଛିଟିକି ପଡ଼ିବାରୁ ମହିଳାଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ମୃତ ମହିଳା ହେଲେ ଭଗବତୀ ସିଂ। ତେବେ ଆଜି ତାଙ୍କ ପୁଅ ଶ୍ରୀଧର ସିଂଙ୍କ ସୂଚନା କ୍ରମେ ହେମଗିର ଥାନାରେ ଥାନା କେଶ ନମ୍ୱର - 44