ଧରାକୋଟ: ବିଭିନ୍ନ ସମସ୍ୟା ନେଇ ଉସ୍ତl ଗ୍ରାମ ସ୍ଥିତ ବିଦ୍ୟାଳୟ ଫାଟକରେ ତାଲା,ଅଭିଭାବକ ଓ ଛାତ୍ର ଛାତ୍ରୀଙ୍କ ଧାରଣା
ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ବଳରାମପୁର ପଞ୍ଚାୟତର ଉସ୍ତl ଗ୍ରାମ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ଲାଗିଥିବା ବିଭିନ୍ନ ସମସ୍ୟା ନେଇ ମୁଖ୍ୟ ଫାଟକ ରେ ଅଭିଭାବକ ଓ ଛାତ୍ର ଛାତ୍ରୀ ତାଲା ପକାଇବା ସହ ପଞ୍ଚାୟତର ପାଞ୍ଚ ଖଣ୍ଡ ଗାଁର ଜନସାଧାରଣ ଧାରଣା ଦେଇଥିଲେ । ବିଦ୍ୟାଳୟରେ ଶିଶୁ ବାଟିକା ଠାରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ 404 ଜଣ ଛାତ୍ର ଛାତ୍ରୀ ପଢ଼ୁଥିବା ବେଳେ ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ପାଇଁ 7 ଜଣ ଶିକ୍ଷକ ଙ୍କ ଆବଶ୍ୟକ ରହିଥିବା ବେଳେ 3ଜଣ ଶିକ୍ଷକ ଙ୍କୁ ନେଇ ପାଠ ପଢା ଚାଲିଛି । ନବମ ଓ ଦଶମ ଶ୍ରେଣୀରେ ପାଠ ପଢା ମଧ୍ୟ ଘୋର ଅବ୍ୟବସ୍ଥାରେ ଚାଲିଛି l