ଧର୍ମଗଡ: ଗୋତୋମୁଣ୍ଡାରେ ଆଦିବାସୀ ସମ୍ପ୍ରଦାୟରେ ନିଆରା ବାହୁଡାଯାତ୍ରା; ଦେବାଦେବୀଙ୍କ ଲାଠିଯାତ୍ରା ସହ ବାହୁଡ଼ିଲେ ତିନି ଠାକୁର
କୋକସରା ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ଗୋତୋମୁଣ୍ଡା ଗ୍ରାମରେ ଏକ ନିଆରା ପରମ୍ପରାରେ ବାହୁଡା ଯାତ୍ରା ଶନିବାର ସନ୍ଧ୍ୟା ୬ ଟା ରେ ସମାପନ ହୋଇଛି।ପଡ଼ୋଶୀ ଛତିଶଗଡ଼ ରାଜ୍ୟ ସମେତ ନବରଙ୍ଗପୁର ଓ ଦଣ୍ଡପାଟ ଅଞ୍ଚଳର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ଶାନ୍ତି ଶୃଙ୍ଖଳା ପାଇଁ ଆମପାଣି ଥାନା ଅଧିକାରୀଙ୍କ ନେତୃତ୍ୱରେ ପୋଲିସ ମୁତୟନ ରହି ବାହୁଡା ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ନିୟନ୍ତ୍ରଣ କରିଥିଲେ।