ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଶୁଭମିତ୍ରା ହତ୍ୟାକାଣ୍ଡ ଘଟଣାରେ ରିମାଣ୍ଡ ରେ ଆସିବ ଦୀପକ, ପୋଲିସ କମିସନର ଙ୍କ ଅଫିସରେ ପ୍ରତିକ୍ରିୟା ରଖିଲେ ସୁରେସ ଦେବଦତ୍ତ ସିଂ
ଶୁଭମିତ୍ରା ହତ୍ୟାକାଣ୍ଡ ଘଟଣା | ମୃତ୍ୟୁ ପୂର୍ବରୁ 45 ମିନିଟ ଧରି କାର ଭିତରେ ହୋଇଥିଲା ଉଭୟଙ୍କ ମଧ୍ୟରେ ଝଗଡା |କାର ଭିତରେ ହାତାହାତି ବି ହୋଇଥିଲେ ଶୁଭମିତ୍ରା ଆଉ ଦୀପକ |ହତ୍ୟା ପରେ ପ୍ରଥମେ ମାଉସୀ ପୁଅ ଭାଇ କୁ ଫୋନ କରିଥିଲା ଅଭିଯୁକ୍ତ ଦୀପକ | ଶୁଭମିତ୍ରା ଙ୍କ ବିମା ଟଙ୍କା ପାଇବାକୁ ହତ୍ୟା କରିଥିବା ସନ୍ଦେହ ଅଛି | ସେଦିଗରେ ପୋଲିସ ତଦନ୍ତ କରୁଛି | ପ୍ରଥମ ସ୍ତ୍ରୀ ମାମଲାରେ ଅଭିଯୁକ୍ତ ଦୀପକ କୋଟିଏ ରୁ ଅଧିକ ଟଙ୍କା ବିମା ପାଇଥିଲା | ଶୁଭମିତ୍ରା ଙ୍କ ନାମରେ ମଧ୍ୟ ସମାନ ବିମା କରିଥିଲା ଦୀପକ | ନିଜେ ସେଥିରେ ନୋମିନି ଥିଲା | ଅଭିଯୁକ୍ତ ଦୀପକର polygraph ଟେଷ୍ଟ କରାଯାଇଛି |