ବୌଦ୍ଧ ସଦର: ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକଘର ପରିଦର୍ଶନ କଲେ ଅତିରିକ୍ତ ଡାକ ଅଧୀକ୍ଷକ
ମଙ୍ଗଳବାର ଦିନ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକଘର ପରିଦର୍ଶନ କରିଛନ୍ତି କନ୍ଧମାଳ ଅତିରିକ୍ତ ଡାକ ଅଧୀକ୍ଷକ କିଶୋର ନାଏକ l ରବିବାର ବିଳମ୍ବିତ ରାତିରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକଘରୁ ଚୋର ମାନେ ପ୍ରାୟ 30 ଲକ୍ଷରୁ ଅଧିକ ଚୋରି କରି ନେଇଥିଲେ | ଉକ୍ତ ଘଟଣାର ତଦନ୍ତ ବୌଦ୍ଧ ପୋଲିସ କରୁଥିବା ବେଳେ ଗତକାଲି ଠାରୁ ମୁଖ୍ୟ ଡାକଘରର ସେବା ବନ୍ଦ ରହିଛି | ଖୁବ ଶୀଘ୍ର ଅଚଳ ହୋଇଥିବା ସିଷ୍ଟମ୍ କୁ କାର୍ଯ୍ୟକ୍ଷମ କରାଯିବ ବୋଲି ଅତିରିକ୍ତ ଡାକ ଅଧୀକ୍ଷକ ସୂଚନା ଦେଇଛନ୍ତି l