ତିର୍ତ୍ତୋଲ: ଚଟୋଳ ଗ୍ରାମର ମାନସ ରଞ୍ଜନ ପରିଡ଼ାଙ୍କ ଦ୍ବିତୀୟ ବିବାହ ନେଇ ପ୍ରଥମ ପତ୍ନୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ
ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ଚଟୋଳ ଗ୍ରାମର ମାନସ ରଞ୍ଜନ ପରିଡ଼ା ଦ୍ବିତୀୟ ବିବାହ କରିଥିବା ନେଇ ପ୍ରଥମ ପତ୍ନୀ ଶନିବାର ଥାନାର ଦ୍ବାରସ୍ଥ ହୋଇଛନ୍ତି। ପ୍ରଥମ ପତ୍ନୀଙ୍କ ଅଭିଯୋଗ ମୁତାବକ, ସେ ୨୦୧୫ ମସିହାରେ ମାନସଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ତାଙ୍କର ପୁଅଟିଏ ଓ ଝିଅ ଥିବା ବେଳେ ତାଙ୍କ ସ୍ବାମୀ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କୁ ଦ୍ବିତୀୟ ବିବାହ କରି ତାଙ୍କୁ ଘରୁ ତଡ଼ି ଦେବାରୁ ସେ ବାପଘରେ ଉରାଢ ଗ୍ରାମରେ ଆଶ୍ରୟ ନେଇଛନ୍ତି।