ବରଗଡ: ରୁଷୁଡ଼ା ମାର୍କେଟ ୟାର୍ଡର ଚାଷୀ ହେଲେ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ
ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ରୁଷୁଡା ମାର୍କେଟ ୟାର୍ଡ ର ଚାଷୀ ଶନିବାର ମଧ୍ୟାହ୍ନ 1.30 ମିନିଟ ସମୟରେ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଛନ୍ତି | ମଣ୍ଡିରେ ଟାର୍ଗେଟ କମ ଆସିବାରୁ ଚାଷୀଙ୍କ ଧାନ ଠିକ ଭାବରେ ଉଠୁନାହିଁ ଯାହାକୁ ନେଇ ଚାଷୀ ବରଗଡ଼ ଯୋଗାଣ ଅଧିକାରୀଙ୍କୁ ଭେଟି ସମସ୍ୟା ଜଣାଇବା ସହ ଟାର୍ଗେଟ ବଢ଼ାଯାଉ ବୋଲି ଦାବି କରିଛନ୍ତି | ଏନେଇ ଯୋଗାଣ ଅଧିକାରୀ ଚାଷୀଙ୍କୁ ପ୍ରତିଶୃତି ଦେଇ ସମସ୍ତ ଧାନ ଉଠିବ ବୋଲି ଜଣାଇଛନ୍ତି | ଆଗାମୀ ଦିନରେ ଚାଷୀଙ୍କ ସମସ୍ୟାର ସମାଧାନ ନ ହେଲେ ରାଜରାସ୍ତାରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି |