ଭୋଗରାଇ: ଭୋଗରାଇ ରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ବ୍ଲକ ପରିସରରେ ଗଣମାଧ୍ୟମ ସମୁଖରେ ପ୍ରତିକ୍ରିୟା ରଖିଲେ ଭୋଗରାଇ ବିଧାୟକ ।
ନୂଆ ସରକାର ଆସିବା ପରଠୁ ଭୋଗରାଇରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଓଡ଼ିଶା-ପଶ୍ଚିମ ବଂଗ ସୀମାନ୍ତରେ ବେଧଡ଼କ ବ୍ରାଉନସୁଗାର କାରବାର ଚାଲିଛି। ହେଲେ ପୁଲିସ ଶାସକ ଦଳର କୁଜିନେତାଙ୍କ ହାତବାରିସି ସାଜି ବ୍ରାଉନସୁଗାର ବେପାରିଙ୍କୁ ଥାନାରୁ ଖସାଇ ଦେଉଛି। ସେପଟେ ସୁବର୍ଣ୍ଣରେଖା ନଦୀପଠାରୁ ଦିନ ଦିପହରରେ ବାଲି ଚୋରି ହେଉଛି। ମୁଁ ଏସବୁ ନେଇ ବାରମ୍ବାର ପୁଲିସ ଓ ପ୍ରଶାସନକୁ ଅବଗତ କରିଥିଲେ ମଧ୍ୟ ସମସ୍ତେ ନିରବଦ୍ରଷ୍ଟା ସାଜିଛନ୍ତି ବୋଲି ଭୋଗରଇ ବିଧାୟକ କହିଛନ୍ତି ।