ପ୍ରଦେଶ କଂଗ୍ରେସ କମିଟି ଗୌଡିଆଙ୍କୁ ନୂତନ ଦାୟୀତ୍ବ ଅର୍ପଣ କରିଥିବାରୁ ନର୍ଲା କଂଗ୍ରେସ କର୍ମୀ ପକ୍ଷରୁ ନର୍ଲା ଯୁବ କଂଗ୍ରେସ ସଭାପତି ଦୀପୁ ପାତ୍ରଙ୍କ ନେତୃତ୍ୱରେ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଏକ ସମ୍ବଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ସମସ୍ତ ନବ ନିର୍ବାଚିତ ପଦାଧିକାରୀ ମାନଙ୍କୁ ଦଳୀୟ କର୍ମୀ ମାନେ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ବନ୍ଧିତ କରିଥିଲେ। ସ୍ବର୍ଗତ ପ୍ରଧାନ ମନ୍ତ୍ରୀ ପ୍ରିୟଦର୍ଶିନୀ ଇନ୍ଦିରା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦୀର୍ଘ ବର୍ଷ ଧରି କଂଗ୍ରେସ ଦଳ ପାଇଁ କାର୍ଯ୍ୟ କରି ଆସୁଥିବା ସୁଚନା ଦେଇଛନ୍ତି।