ଟିଟିଲାଗଡ: ନାରେନ ପଞ୍ଚାୟତ ଅନ୍ତର୍ଗତ ମିନାପାଲି ଗ୍ରାମ ନିକଟ ଏକ କୂଅରେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର।
କୂଅରେ ଭାସୁଛି ଶବ। ଏପରି ଏକ ଘଟଣା ଘଟିଛି ଟିଟିଲାଗଡ ଥାନା ନାରେନ ପଞ୍ଚାୟତ ମିନାପାଲି ଗାଁ ରେ। ଗାଁ ର ପାଖ ଚାଷ ଜମିରେ ଥିବା ଏକ କୂଅ ରେ ଏକ ଅଜଣା ବ୍ୟକ୍ତିଙ୍କ ଶବ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ପରେ ସ୍ଥାନୀୟ ଲୋକେ ଟିଟିଲାଗଡ ପୋଲିସ କୁ ଖବର ଦେଇଥିଲେ ଖବର ପାଇ ଟିଟିଲାଗଡ ପୋଲିସ ଟିଟିଲାଗଡ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଶବ କୁ ଉଦ୍ଧାର କରୁଛନ୍ତି। ତେବେ କୂଅ ରେ ଭାସୁଥିବା ଶବ ର ପରିଚୟ ମିଲିପାରି ନ ଥିବା ବେଳେ କେହି ହତ୍ୟା କରି ଫିଙ୍ଗି ଦେଇଛି ନା ଆଉ କୌଣସି କାରଣ ରୁ ଶବ ଟି ପଡ଼ିଛି ତାହା ଜଣାପଡ଼ି ନ ଥିବା ବେଳେ। ଏ ସଂପର୍କରେ ପୋଲିସର ପ୍ରତିକ୍ରିୟା ମିଳିନି