କୁଚିଣ୍ଡା ବ୍ଲକ ଅନ୍ତର୍ଗତ ପାରୁଆଭାଡ଼ି ନିକଟ ଚାଷ ଜମିରେ ଭୟାବହ ନିଆଁ ଲାଗିଥିବା ବେଳେ ସ୍ଥାନୀୟ ଲୋକ ମାନେ ନିଆଁ ଆୟତ୍ତ କରିଥିବା ଜଣାପଡିଛି। ସୂଚନା ଅନୁସାରେ ବାମରା କୁଚିଣ୍ଡା ରାଜ୍ୟ ରାଜପଥ ସ୍ଥିତ ପାରୁଆଭାଡ଼ି ନିକଟ ଚାଷ ଜମିରେ ମଙ୍ଗଳବାର ରାତି ପ୍ରାୟ ୮ ଟାରେ କେହି ନିଆଁ ଲଗାଇ ଦେଇଥିବା ବେଳେ ଭୟାବହ ଅଗ୍ନିକାଣ୍ଡ ଘଟିତ ହୋଇଥିଲା। ନିଆଁ ବ୍ୟାପି ନିକଟସ୍ଥ ଗାଁ ଆଡ଼କୁ ବ୍ୟାପୁଥିବା ଦେଖି ସ୍ଥାନୀୟ ଲୋକ ମାନେ ନିଆ ଆୟତ୍ତ କରିଥିବା ଜଣାପଡିଛି।