ସମ୍ବଲପୁର ବରେଇପାଲି ଥାନା ଅନ୍ତର୍ଗତ ରେସୁଣ ଗୋଦାମ ପଛ ପଟେ ଜଣେ ବ୍ୟକ୍ତିଙ୍କ ଆତ୍ମହତ୍ୟା l ପୋଲିସ ର ସୂଚନା ଅନୁଯାୟୀ ଆଜି ମଧ୍ୟ ପ୍ରଦେଶର ଏକ ଟ୍ରକ ସମ୍ବଲପୁର ମାଲ ନେଇ ଆସିଥିଲା l ଏହି ସମୟରେ ଟ୍ରକ ର ହେଲ୍ପର କେଉଁଆଡେ ଚାଲି ଯାଇଥିଲେ l ଦୀର୍ଘ ସମୟ ପରେ କିଛି ସ୍ଥାନୀୟ ଲୋକେ ଜଣେ ବ୍ୟକ୍ତି ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ କୁ ଖବର ଦେଇଥିଲେ l ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଶବକୁ ଜବତ କରିଥିଲା l ସେପଟେ ଟ୍ରକ ଚାଳକକୁ ପୋଲିସ ଅଧିକ ପଚରା ଉଚରା କରୁଥିବା ପୋଲିସ ସୂଚନା ଦେଇଛି l