ଅଟୋ ଓଲଟି ଜଣେ ମୃତ ହୋଇଥିବା ନେଇ ଜୟପୁର ସଦର ଥାନାରେ ଅଭିଯୋଗ ହୋଇଛି l ଭାରସାମ୍ୟ ହରାଇ ଅଟୋ ଓଲଟିବା ଫଳରେ ଅଟୋ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ନେଇ ସଦରଥାନାରେ ଏକ ମାମଲା ରୁଜୁ ହୋଇଥିବା ବିଷୟ ଆଜି ରାତ୍ର 8 ଟାରେ ଜୟପୁର ସଦର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି l ପୋଲିସ ସୂଚନା ଅନୁଯାୟୀ ନୂଆପୁଟ ଗ୍ରାମର ରବି ଖରା(୨୦) ଅଟୋ ଧରି ଯାଉଥିବା ସମୟରେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡିଥିଲା ଯାହଫଳରେ ଅଟୋ ତଳେ ଚାପି ହୋଇ ରବି ଖରାଙ୍କ ମୃତ୍ୟୁ ହୋଇଥିଲା।