ଆଜି ଓଡିଶା ସାଂସ୍କୃତିକ ସମାଜ ର ପାଠାଗାର ସମିତି ତରଫରୁ ନିଜସ୍ଵ କାର୍ଯ୍ୟାଳୟ ଗୃହଠାରେ ପୁସ୍ତକ ସପ୍ତାହ ପାଳନ କରାଯାଇଥିଲା l ଅନୁଷ୍ଠାନର ସଭାପତି ଡ. ପରେଶ ଚନ୍ଦ୍ର ଦାନୀଙ୍କ ସଭାପତିତ୍ବରେ ଅୟୋଜିତ କାର୍ଯ୍ୟକ୍ରମରେ ସରକାରୀ ମହିଳା ମହାବିଦ୍ୟାଳୟ ଓଡ଼ିଆ ଭାଷା, ସାହିତ୍ୟ ବିଭାଗର ବରିଷ୍ଠ ଅଧ୍ୟାପକ ଅଖିଲ ବିଶ୍ଵାଳ ମୁଖ୍ୟ ବକ୍ତା, ବରିଷ୍ଠ ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ l ଜ୍ଞାନୀ ଲୋକମାନଙ୍କ ଶକ୍ତି ହେଉଛି ପୁସ୍ତକ l ଦୁଷ୍ଟ ପ୍ରକୃତିର ଲୋକମାନେ ପୁସ୍ତକକୁ ଧ୍ଵଂସ କରିଦେଇ ସତ୍ୟକୁ ଲୁଚେଇ ଦେବାକୁ ଚେଷ୍ଟା କରୁଥିଲାବେଳେ ବିଜ୍ଞ ଜନଙ୍କୁ