ନର୍ଲା: ଅଲାତରା ଗାଁ ନିକଟ ରେ ଏକ ଜଙ୍ଗଲ ପାଖରେ ବଜ୍ରାଘାତରେ ଦଶରୁ ଉର୍ଦ୍ଧ୍ବ ଛେଳି ମୃତ୍ୟୁ।
ଆଜି ସୋମବାର ଅପରାହ୍ନ ଚାରିଟା ସମୟରେ ଘଟିଛି ଏକ ଅଭାବନୀୟ ଘଟଣା।ଦଶରୁ ଉର୍ଦ୍ଧ୍ବ ଛେଳି ର ବଜ୍ରାଘାତରେ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ମଦନ ପୁର ରାମପୁର ବ୍ଲକ ଅନ୍ତର୍ଗତ ଅଲାତରା ଗାଁ ଠାରେ।ଛେଳି ମାଳିକ ମାନେ ନିକଟରେ ଜଙ୍ଗଲ ଛେଳି ଚରାଇବାକୁ ନେଇ ଥିଲେ। ହଠାତ୍ ବର୍ଷା ହେବା ଯୋଗୁ ଛେଳି ମାନେ ଏକ ଗଛ ତଳେ ଲୁଚି ରହିଥିବା ବେଳେ ଘଡଘଡି ଓ ବିଜୁଳି ହେବା ବେଳେ ବଜ୍ରାଘାତରେ ଦଶରୁ ଉର୍ଦ୍ଧ୍ବ ଛେଳି ଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ। ଏହା ତଦନ୍ତ କରି ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣ ରେ ଦାବି ହେଉଛି।