ରାଉରକେଲା ସେକ୍ଟର ୬ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୫୦ ତମ ରାଜ୍ଯ ଅଧିବେଶନ ଚାଲିଥିବାବେଳେ ତୃତୀୟ ଦିବସର କାର୍ଯ୍ୟକ୍ରମ ସୋମବାର ମଧ୍ୟାହ୍ନରେ ଆରମ୍ଭ ହୋଇଥିଲା। ଓଡିଶା ପଶ୍ଚିମ ପ୍ରାନ୍ତ ତରଫରୁ ଆୟୋଜିତ ୫୦ତମ ରାଜ୍ୟ ଅଧିବେଶନ ଅବସରରେ ବହୁ ପଦାଧିକାରୀ ମାନେ ଉପସ୍ଥିତ ରହି ଓଡ଼ିଶାର କୋଣ ଅନୁକୋଣରୁ ଆସିଥିବା ଯୁବା ବିଦ୍ୟାର୍ଥିମାନଙ୍କ ପାଖରେ ପ୍ରେରଣା ମୂଳକ ଭାଷଣ ରଖିଥିଲେ।